ଉତ୍କଳମଣି ଗୋପବନ୍ଧୁ ଦାସ 1877 ମସିହା ଅକ୍ଟୋବର ମାସରେ ପୁରୀ ଜିଲ୍ଲାରେ ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ,ସେ ଦେଶ ସେବାରେ ନିଜର ମନ ପ୍ରାଣ ଢାଳି ଦେଇଥିଲେ,ବନ୍ୟା ଓ ଦୁର୍ଭିକ୍ଷ ସମୟରେ ସେ ଗ୍ରାମେ ଗ୍ରାମେ ବୁଲି ଲୋକମାନଙ୍କୁ ଚୁଡ଼ାଚାଉଳ ବାନ୍ତୁ ଥିଲେ,ଦେଶର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ବହୂବାର ଜେଲ ଯାଇଥିଲେ,ଦୈନିକ ଖବରକାଗଜ ସମାଜ ତାଙ୍କରି ଦ୍ୱାରା ପ୍ରତିଷ୍ଠିତ,ସେ ବହୁ କାବ୍ୟ କବିତା ରଚନା କରିଛନ୍ତି 1928 ମସିହା ଜୁନ 17 ତାରିଖରେ ତାଙ୍କର ପରଲୋକ ହୋଇଥିଲା

ତାଙ୍କ ପିତାଙ୍କ ନାମ ଦୈତାରୀ ଦାସ ମାତାଙ୍କ ନାମ ସ୍ଵର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ,ମାତାଙ୍କ ମୃତ୍ୟୁପରେ 1893 ମସିହାରେ ପୁରୀ ଜିଲ୍ଲାରେ ସ୍କୁଲରେ ନାମ ଲେଖାଇଲେ ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା,ଯାହାଙ୍କ ସେବାରେ ସେ ଦେଶ ସେବାରେ ଶିକ୍ଷା ପାଇଲେ,ଗୋପବନ୍ଧୁ ଦ୍ୱାରା ହିଁ ପୁରୀରେ ସେତେବେଳେ ହଇଜା ରୋଗରେ ପୀଡିତ ଲୋକମାନଙ୍କର ସେବାପାଇଁ ପୁରୀ ସେବା ସମିତି ଗଠନ କରି ସେ ଆପଣା ଜୀବନକୁ ବିପର୍ଣ୍ଣ କରି ସାଥୀମାନଙ୍କ ସହ ରୋଜସେବା,ପରିବେଶ ପରିଛର୍ଣ୍ଣ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ

ଗୋପବନ୍ଧୁ ମାତ ର 12 ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ,ବିବାହ ପରେ ମଧ୍ୟ ସେ ପାଠପଢା ଜାରି ରଖିଥିଲେ,ପୁରୀରୁ ମାଟ୍ରିକ ପାସ କରି ସେ କଟକର ରେଭେନ୍ଶା ମହାବିଦ୍ୟାଳୟରେ ଅଧୟନ କଲେ,ଏହି ସମୟରେ ତାଙ୍କ ପିତୃ ବିୟୋଗ ଘଟିଥିଲା,କଟକରେ ଅଧୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରାଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା,ଗୋପବନ୍ଧୁ କର୍ତବ୍ୟ ବୋଧୀନି ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପରେ ତୀବ୍ର ପ୍ରତିବାଦ କଲେ,ତାଙ୍କର ଆହ୍ୱାନ ଥିଲା ପ୍ରତ୍ୟକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାର ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ,ତାଙ୍କର ଆହ୍ୱାନ ଥିଲା ପ୍ରତୋକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାର ଭାଷା ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ,ରମ୍ଭାଠାରେ ରାମଚନ୍ଦ୍ର ଦାସ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା ,1903ରେ ଉତ୍କଳ ଗୌରବ ମଧୁସୂସଦନ ଦାସଙ୍କ ଦ୍ୱାରା ଆହୂତ ଟକଳ ସମ୍ମିଳନୀର ଗୋପବନ୍ଧୁ ସକ୍ରିୟ ଅଂଶ ଗ୍ରହଣ କରିଥିଲେ,ଏହିପରି ନାନାଦି ବାଧାବିଘ୍ନସତ୍ୱେ 1904 ମସିହାରେ ରେଭେନ୍ଶା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବି ଏଲ ପାଠ ପଢିଲେ