ଜବାହାରଲାଲ ନେହେରୁ ଯିଏକି ପଣ୍ଡିତ ନେହେରୁ ,ଚାଚା ନେହେରୁ ଭାବରେ ମଧ୍ୟ ପରିଚିତ,ସେ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନେତା ଥିଲେ,ତା ସହିତ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଶିଶୁମାନଙ୍କୁ ବହୁତ ଭଲପାଉଥିଲେ,ତାଙ୍କ ଜନ୍ମଦିନକୁ ଶିଶୁଦିବସରୂପେ ପାଳନ କରାଯାଏ,ସେ ଶାନ୍ତିପୂର୍ଣ ସମାଧାନ ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରିଥିଲେ

ଜବାହାରଲାଲ ନେହେରୁ 1889 ମସିହା ନଭେମ୍ବର 14 ତାରିଖ ଦିନ ଆଲାହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ,ପିତା ମୋତିଲାଲ ନେହେରୁ ସେଠାକାର ପ୍ରସିଦ୍ଧ ଓକିଲ ଥିଲେ,ତାଙ୍କ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା, ଜବାହାରଲାଲ ନେହରୁଙ୍କ ମାତା ପିତା ବ୍ରାହ୍ମଣ ଥିଲେମୋତିଲାଲ ନେହେରୁଙ୍କ 3ଟି ସନ୍ତାନ ଥିଲେ ,ଜବାହାରଲାଲ ନେହେରୁ,ବିଜୟଲକ୍ଷ୍ମୀ ପଣ୍ଡିତ,କୃଷ୍ଣା ନେହରୁ ହୁଥେସିଙ୍ଗ

15 ବର୍ଷ ପର୍ଯ୍ୟନ୍ତ ସେ ଘରେ ରହି ପଢୁଥିଲେ,ତାଙ୍କ ପିତା ମୋତୀଲାଲ ନେହେରୁ ସେ ନିଜ ପୁତ୍ରକୁ ଉଚ୍ଚ ଶିକ୍ଷା ଦେବାପାଇଁ ଚାହୁଁଥିଲେ,1905 ମସିହାରେ ହ୍ୟାରୋ ସ୍କୁଲରେ ପାଠ ପଢିଥିଲେ,ସ୍କୁଲ ଶିକ୍ଷା ସମାପ୍ତ ପରେ ସେ ଟ୍ରିନିଟି କଲେଜରେ ପାଠ ପଢୁଥିଲେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ,ସେ ଇଂଲଣ୍ଡରେ 7 ବର୍ଷ ଅତିବାହିତ କରିଥିଲେ ସେ 1912 ମସିହାରେ ଉଚ୍ଚ ନ୍ୟାୟାଳୟଠାରେ ଅତିବାହିତ କରିଥିଲେ ସେ 920-1922 ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ,ଏହି ଆନ୍ଦୋଳନରେ ସେ ଗାନ୍ଧିଜୀଙ୍କ ସହ ବନ୍ଧୁତା କରିଥିଲେ,ସେ 1929 ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ