ପାଳଙ୍ଗରେ ଔଷଧୀୟ ଗୁଣ ପରିପୂର୍ଣ୍ଣ ହୋଇ ରହିଥାଏ,ପାଳଙ୍ଗରେ ଆଇରନ ଏବଂ ପୋଟାସିୟମ ପ୍ରଚୁର ପରିମାଣରେ ରହିଥାଏ,ପାଳଙ୍ଗରେ ପ୍ରଚୁର ପରିମାଣରେ ଭିଟାମିନ-a,ଭିଟାମିନ-k ରହିଥାଏ,ଏଥିରେ କେଉଁ ସବୁ ଭିଟାମିନ ରହିଥାଏ?, ଭିଟାମିନ-b6,କ୍ୟାଲସିୟମ,ଫଲିକ ଏସିଡ,ଭିଟାମିନ b2 ମଧ୍ୟ ରହିଥାଏ

ପାଳଙ୍ଗ ଶାଗ ଖାଇଲେ କେଉଁ ସବୁ ରୋଗରୁ ଦୁରେଇ ରହିବା,କେଉଁ ଲୋକମାନେ ପାଳଙ୍ଗ ଶାଗ ଖାଇବା ଉଚିତ ନୁହେଁ ?

ପାଳଙ୍ଗ ଓଜନ ହ୍ରାସ କରେ, ପାଳଙ୍ଗରେ ବହୁତ କମ କ୍ୟାଲୋରୀ ରହିଥାଏ,ଯଦି ପାଳଙ୍ଗର ଶାଗ ଖାଇଲେ ପେଟ ପୁରି ଯାଇଥାଏ,କିନ୍ତୁ ଶରୀର ବହୁତ କମ କ୍ୟାଲୋରୀ ପାଇଥାଏ,ଏବଂ ଅତ୍ୟଧିକ ଖାଦ୍ୟ ଖାଇବାରୁ ବଂଚିତ କରେ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ

ଏଥିରେ 26ଟି କ୍ୟାଲୋରୀ ରାହିଥାଏ,ଯଦି ଆପଣ daiting କରିବାକୁ ଚାହୁଁଛନ୍ତି,ଏହା daiting କରିବାରେ ସାହାଯ୍ୟ କରେ ପାଳଙ୍ଗର ସେବନ କରନ୍ତୁ,ହଜମ କ୍ରିୟା ଭଲ କରେ,ତେଣୁ ଏହା ଆମ ପାକସ୍ଥଳିରେ ହଜମ କ୍ରିୟାକୁ ଭଲ କରେ,କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରେ, ପାଳଙ୍ଗରେ ଜିଙ୍କ ଏବଂ ମ୍ୟାଗନେସିୟମ ରହିଥାଏ,ପାଳଙ୍ଗ ଶାଗ ଖାଇଲେ ଅସ୍ଥି ଷ୍ଟ୍ରଙ୍ଗ କରେ,କ୍ୟାଲସିୟମ ପ୍ରଚୁର ପରିମାଣରେ ଅଧିକ ରହିଥାଏ,ଆପଣ ପାଳଙ୍ଗ ଶାଗ ଅଧିକ ଖାଆନ୍ତୁ ଷ୍ଟ୍ରେସରୁ ମୁକ୍ତି ମିଳିଥାଏ,ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଏହାର ସେବନ କରନ୍ତୁ,ରକ୍ତହିନତା ଦୂର କରେ, ପାଳଙ୍ଗରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ,ଯାହା ଶରୀରରେ ହିମୋଗ୍ଲୋବିନ ତିଆରି କରିଥାଏ,ଯଦି ଆପଣ ଥକା ଅନୁଭବ କରିଥାଅ ତେବେ ପାଳଙ୍ଗ ଶାଗ ଖାଆନ୍ତୁ,ପ୍ରେଗେନସି ସମୟରେ ଉଭୟ ମା ଓ ଶିଶୁ ପାଇଁ ପାଳଙ୍ଗ ଶାଗ ଅଧିକ ଲାଭଦାୟକ ହୋଇଥାଏ,ଉଚ୍ଚ ରକ୍ତଚାପ ଦୂର କରେ,ପାଳଙ୍ଗ ଶାଗ ଖାଇଲେ ଏହା ସ୍କିନ ଇନଫେକ୍ସନକୁ ଦୂର କରିବାରେ ସାହାଯ୍ୟ କରେ

ଏବେ ଜାଣିବା କେଉଁ ଲୋକମାନେ ପାଳଙ୍ଗ ଶାଗ ଖାଇବେ ନାହିଁ ?
ଯେଉଁ ଲୋକମାନଙ୍କର କିଡ୍ନୀ ଷ୍ଟୋନର ସମସ୍ୟା ଥାଏ କିମ୍ବା ଯେଉଁ ଲୋକମାନଙ୍କର ଗଣ୍ଠିଆ ରୋଗର ସମସ୍ୟା ଥାଏ ସେମାନେ ପାଳଙ୍ଗ ଶାଗ ଖାଇବା ଉଚିତ ନୁହେଁ,ପାଳଙ୍ଗରେ ଅକ୍ସାଲେଟ ରହିଥାଏ କିଡ୍ନୀ ଷ୍ଟୋନର ସମୟ ପାଇଁ ଏହାକୁ ଖାଆନ୍ତୁ ନାହିଁ,ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ,ଗ୍ୟାସ୍ଟ୍ରିକ ସମସ୍ୟା ଥିଲେ ଏହାକୁ ଖାଇବା ଉଚିତ ନୁହେଁ

ପାଳଙ୍ଗ ଶାଗକୁ କିପରି ଖାଇବେ ?
ପାଳଙ୍ଗରେ ଅନେକ ଔଷଧୀୟ ରହିଥାଏ.,ଯଦି ଆପଣ ଏହାକୁ ଆଦିଙ୍କ ସମୟ ରାନ୍ଧୁଛନ୍ତି ତେବେ ଏହାର ସମସ୍ତ ଗୁଣ ନଷ୍ଟ ହୋଇଯାଏ,ଏହାକୁ କଞ୍ଚା ସେବନ କରିବେ,ଏହାକୁ ସାଲାଡ଼ କରି,ସିମରେ ଅଳ୍ପ ରାନ୍ଧି ଓ ଏହାକୁ ଜୁସ କରି ସେବନ କଲେ ଏହାର ପୋଷକ ତତ୍ୱ ନଷ୍ଟ ହୋଇନଥାଏ,ପାଳଙ୍ଗକୁ ଭଲସେ ଧୋଇ 30 ମିନିଟ ଯାଏଁ ଏହାକୁ ଭିଜେଇ ରଖନ୍ତୁ,ଏହା ପରେ ଏହାର ଅକ୍ସାଲେଟ ବାହାର କରିଦେବେ,ଏହାପରେ ଏହାକୁ ଭଲରେ ଖାଇପାରିବେ