ସମ୍ରାଟ ଅଶୋକଙ୍କ ଜୀବନୀ ଓ କିଛି ରୋଚକ ତଥ୍ୟ

ଖ୍ରୀଷ୍ଟପୂର୍ବ 273 ମସିହାରେ ବିନ୍ଦୁସାରଙ୍କ ପରେ ଅଶୋକ ରାଜା ହୋଇଥିଲେ, ଅଶୋକ ବାଲ୍ୟାବସ୍ଥାରୁ ନିଷ୍ଠୁର ଥିଲେ,ତାଙ୍କର ନିଷ୍ଠୁର ଓ ଭୟଙ୍କର ପ୍ରକୃତି ପାଇଁ ତାଙ୍କୁ ଚଣ୍ଡାଶୋକ ବୋଲି କୁହାଯାଇଥିଲା,ବିନ୍ଦୁସାରଙ୍କ ଶାସନ କାଳରେ ତକ୍ଷଶିଳାରେ ବିଦ୍ରୋହ ଦେଖା ଦେଇଥିଲା,ସେହି ବିଦ୍ରୋହକୁ ଦମନ କରିବାପାଇଁ ଅଶୋକଙ୍କୁ ପଠାଯାଇଥିଲା,ତାପରେ ସେ ରାଜା ହୋଇଥିଲେ, ତାଙ୍କ ଅଭିଷେକ 4 ବର୍ଷ ପରେ ହୋଇଥିଲା

କଳିଙ୍ଗ ଯୁଦ୍ଧ
ସୁବର୍ଣ୍ଣରେଖାଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ପୁର୍ବସାଗରଠୁ କଳିଙ୍ଗରାଜ୍ୟ ଅନ୍ତର୍ଭୁକ୍ତ ଥିଲା,ଏହା ପ୍ରାଚୀନ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଥିଲା,ଅଶୋକ ନିଜ ସାମ୍ରାଜ୍ୟ ନିକଟରେ ଥିବା ସ୍ୱାଧୀନ ଶକ୍ତିଶାଳୀ ସାମ୍ରାଜ୍ୟ ସ୍ଥିତିକୁ ସହ୍ୟ କରିନପାରୀ ଏହି କଳିଙ୍ଗ ରାଜ୍ୟ ବର୍ତ୍ତମାନ ଓଡିଶା ରାଜ୍ୟ ଥିଲା

ଅର୍ଥନେତିକ ସ୍ଥିତି
ମଗଧ ସାମ୍ରାଜ୍ୟର ଅର୍ଥନୈ ତିକ ସାମ୍ରାଜ୍ୟକୁ ସୁଦୃଢ କରିବାପାଇଁ ଅଶୋକ କଳିଙ୍ଗ ଇପରେ ଆକ୍ରମଣ କରିଥିଲେ,ଅଶୋକ ନିଜର ସ୍ଥିତିକୁ କଳିଙ୍ଗ ଉପରେ ବଜାୟ ରଖିଥିଲେ,ଅନେକ ବିଶ୍ୱାସେ କରନ୍ତି ଯେ ଶକ୍ତିଶାଳୀ କଳିଙ୍ଗବାହିନୀ ଦୟାନଦୀ ନିକଟରେ ଥିବା ଧଉଳି ପାହାଡ଼ରେ ଏହି ଯୁଦ୍ଧରେ କଳିଙ୍ଗ ବାହିନୀରେ ଯୁଦ୍ଧ କରିଥିଲେ ମଧ୍ୟ ଅଶୋକଙ୍କ ବିଶାଳ ସୈନ୍ୟବାହିନୀ ଆଗରେ ନତମସ୍ତକ ହୋଇଥିଲେ,ଏହି ଯୁଦ୍ଧରେ ଏକ ଲକ୍ଷ ଲୋକ ନିହତ ହେଲେ,ଦେଢ଼ ଲକ୍ଷ ଲୋକଙ୍କୁ ବନ୍ଦୀ କରାଯାଇଥିଲା,ଏତେ ଲୋକଙ୍କୁ ଆହତ ହେବାର ଦେଖି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଥିଲେ,ତାଙ୍କର ହୃଦୟ ପରିବର୍ତନ ହୋଇଥିଲା,ଜୀବନରେ କେବେ ଯୁଦ୍ଧ କରିବେନି ବୋଲି ସ୍ଥିର କରିଥିଲେ

ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ ଓ ପ୍ରଚାର
କଳିଙ୍ଗ ଯୁଦ୍ଧରେ ହୋଇଥିବା ରକ୍ତପାତ ଓ କ୍ଷୟକ୍ଷତି ଯୋଗୁଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ କରିଥିଲା,ଏହି ଯୁଦ୍ଧ ପରେ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାର ଉର୍ନତିର ପ୍ରସାର ପାଇଁ ନିଜକୁ ନିୟୋଜିତ କରାଇଥିଲେ,ବୌଦ୍ଧ ଧର୍ମର ଅହିଂସା ନୀତିର ପ୍ରଚାର ପାଇଁ ସେ ଉଦ୍ୟମ କରିଥିଲେ,ଅଶୋକ ଧର୍ମ ପ୍ରଚାର ପାଇଁ ଲୁମ୍ବିନି ଇତ୍ୟାଦି ଯାତ୍ରା କରିଥିଲ,ବୌଦ୍ଧ ଧର୍ମର ପ୍ରଧାନ ପୀଠସ୍ଥଳୀକୁ ଯାତ୍ର୍ରା କରିବା ଦ୍ୱାରା ଅନେକ ବୌଦ୍ଧ ଧର୍ମ ପ୍ରତି ଅକୃଷ୍ଟ ହୋଇ ଏହି ଧର୍ମ ଗ୍ରହଣ କରିଥିଲେ

ଶିଳାଲିପି
ଅଶୋକ ନିଜର ସ୍ତୁପ,ବିହାର ସାମ୍ରାଜ୍ୟ ବିଭିର୍ନ ସ୍ଥାନରେ ନିର୍ମାଣ କରିଥିଲେ,ଭୁବନେଶ୍ୱର ନିକଟରେ ଥିବା ଏକ ଧଉଲି ପାହାଡ଼ ତାଙ୍କର ଶିଳାଲେଖ ଦେଖିବାକୁ ମିଳେ,ତାଙ୍କର ଆଉ ଏକ ଶିଳାଲେଖ ଗଞ୍ଜାମ ଜିଲ୍ଲାର ଜଉଗଡଠାରେ ଅଛି,ଶିଳା,ପଥରରେ ଲେଖିବା ହେଉଛି ପ୍ରଜା ଓ ରାଜାମାନଙ୍କର ଉଦ୍ଦିଷ୍ଟ ଶାସନ,ଏହା ମଧ୍ୟ ତାଙ୍କ ତାଙ୍କ ଦ୍ୱାରା କୌଣସି ଧର୍ମ ନୀତିକୁ ବୁଝାଇଥାଏ,ଅଶୋକ ନିଜେ ଏହିସବୁ ଅହିଂସା ନୀତିକୁ ଖୋଦନ କରିଥିଲେ, ସେହି ନୀତି ଗୁଡିକ ହେଲା 1-ଗୁରୁଜନଙ୍କୁ ଭକ୍ତି କରିବା,2-ବନ୍ଧୁବର୍ଗ ଓ ଆତ୍ମୀୟ ସ୍ୱଜନ, ବ୍ରାହ୍ମଣ,ବୃଦ୍ଧ ଓ ବିପଦଗ୍ରସ୍ଥ ମାନଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କରିବା,3-ଦାସଦାସୀ ବା ଭୃତ୍ୟମାନଙ୍କ ପ୍ରତି ଦୟା କରିବା,ସତ କହିବା,4-ସାମାନ୍ୟ ସଂଚୟ କରିବା

ଧର୍ମ ମହାମାତ୍ର

ଏହି ଧର୍ମ ମହାମାତ୍ର ସମଗ୍ର ଦେଶରେ ଭ୍ରମଣ କରି ପ୍ରବର୍ତ୍ତିତ ଧର୍ମନୀତି ଶୁଣାଉଥିଲେ,ଏହାଛଡା ଅଶୋକ ରାଜୁକ,ପ୍ରାଦେଶିକ,ଯୁକ୍ତନାମକ କର୍ମଚାରୀମାନଙ୍କ ନିଯୁକ୍ତି ଦେଇଥିଲେ,ଏମାନେ ପ୍ରଜାମାନଙ୍କର ଶ୍ରଦ୍ଧା କରିବା ସହିତ ସେମାନଙ୍କ ସାଧନ ପାଇଁ କାର୍ଯ୍ୟ କରିଥିଲେ

ଲୋକହିତକର କାର୍ଯ୍ୟ
ଅଶୋକ ପ୍ରଜାମାନଙ୍କର ମଙ୍ଗଳକାର୍ଯ୍ୟ ପାଇଁ ଜନହିତକର ସାଧନ କରିଥିଲେ,ପଥିକମାନଙ୍କର ସୁବିଧା ପାଇଁ ରାସ୍ତା କଡରେ ଛାୟାପ୍ରଦାନକାରୀ ବୃକ୍ଷରୋପଣ କରିଥିଲେ,ଲୋକମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟି ଦେଇ ଅନେକ ଗୁଡିଏ ଔଷଧୀୟ ଜାତିର ବଗିଚା ରୋପଣ କରିଥିଲେ,ପଥିକମାନଙ୍କ ବିଶ୍ରାମ ପାଇଁ ପାନ୍ଥଶାଳା ନିର୍ମାଣ କରିଥିଲେ,ଲୋକମାନଙ୍କ ଜଳ ଯୋଗାଣ ପାଇଁ ଅନେକ କୂପ ଖୋଳାଇଥିଲେ,ମନୁଷ୍ୟ ଓ ପଶୁମାନଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟ ସ୍ଥାପନ କରିଥିଲେ

ଭାରତ ବାହାର ଦେଶ ସହ ସମ୍ପର୍କ
ମୌର୍ଯ୍ୟ ଶାସକମନେ ଭାରତବାସୀମାନଙ୍କ ସହ ସମ୍ପର୍କ ରଖିଥିଲେ,ଅଶୋକମାନଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଏସିଆର ଲୋକମାନଙ୍କ ମଧ୍ୟରେ ଭାତୃତ୍ୱ,ଅହିଂସା,ଶାନ୍ତିପ୍ରବୃତି ମାନବିକ ନୀତିମାନଙ୍କ ମୂଳଭିତ୍ତି ସ୍ଥାପନ କରିଥିଲେ, ସେ ନିଜର ପୁତ୍ର ଓ କନ୍ୟାମାନକୁ ସିଂହଳ ଦେଶକୁ ପଠାଇ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର କରିବା ସହିତ ଭତୃତ୍ବ ଭାବ ସୃଷ୍ଟି କରିଥିଲେ,ବ୍ରହ୍ମଦେଶକୁ ଶୋଣ ଓ ଉଭରନାମକ ଦେଶକୁ ପଠାଇଥିଲେ

You missed