ସୁବାଷ ବୋଷଙ୍କ ଜୀଵନଶୈଳୀ,ସେ କିପରି ଆମ ଦେଶ ସ୍ୱାଧିନତାରେ ଯୋଗ ଦେଇଥିଲେ

ସୁବାସ ଚନ୍ଦ୍ର ବୋଷ 1897 ମସିହା ଜାନୁୟାରୀ 23 ତାରିଖରେ କଟକଠାରେ ଏକ ବଙ୍ଗାଳି ପରିବାରରେ ଜନ୍ମ ଗ୍ରହଣ କରିଥିଲେ,ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଓ ମାଙ୍କ ନାମ ପ୍ରଭାବତୀ ଦେବୀ,ତାଙ୍କ ପିତା କଟକରେ ଜଣେ ବଡ ଓକିଲ ଥିଲେ,ପିତାମାତାଙ୍କ ନାମ 14 ଜଣ ସନ୍ତାନ ଥିଲେ,14 ଜଣଙ୍କ ସନ୍ତାନ ମଧ୍ୟରେ ନେତାଜୀ ଥିଲେ ନବମ ସନ୍ତାନ


ଶିକ୍ଷା
ସେ କଟକରେ ପ୍ରେସିଡେନସି ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରି 1909ରେ ରେଭେନ୍ସା କଲଜିଏଟ ସ୍କୁଲରେ ନାମ ଲେଖାଇଥିଲେ ,ସେଠାରେ ଅଧୟନ କରିଥିବା ସମୟରେ,ସେଠାରେ ଅଧ୍ୟାପକ ଓ ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେଲା,ସେଥିପାଇଁ ଛାତ୍ରମାନଙ୍କ ମଧ୍ୟରେ ସୁବାଷ ଚନ୍ଦ୍ର ବୋଷ ନେତୃତ୍ୱ ନେଇଥିଲେ,ତେଣୁ ତାଙ୍କୁ ଗୋଟେ ବର୍ଷ ପାଇଁ କଲେଜରୁ ବାହାର କରିଦିଆଗଲା,
ତାପରେ ସେ ସ୍କଟିସ ଚର୍ଚ୍ଚ କଲେଜରେ ନାମ ଲେଖାଇଲେ ଓ ସେଠାରୁ 1919 ମସିହାରେ ପ୍ରଥମ ଶ୍ରେଣୀରେ B.A ପାସ କଲେ,ପିତା ଜାନକୀନାଥ ବୋଷଙ୍କ ଇଛା ଥିଲା ନେତାଜୀ ଆଇଏଏସ ଅଫିସର ହୁଅନ୍ତୁ,ସେଥିପାଇଁ 1919 ମସିହାରେ ଇଂଲଣ୍ଡ ଯାତ୍ରା କଲେ,କଠିନ ଅଧ୍ୟବସାୟ ଫଳରେ ସେ ଭାରତୀୟ ପ୍ରଶାସନିକ ପରୀକ୍ଷାରେ ଛତତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ

ଜଣେ ଦେଶପ୍ରେମୀ ମଣିଷଟିଏ କେମିତି ବା ଇଂରେଜମାନଙ୍କ ଗୋଲମଗିରି କରିଥାନ୍ତେ,ତେଣୁ ସେ ICS ପଦବୀକୁ ତ୍ୟାଗ କରି ମାଟି ମାର ସ୍ୱାଧୀନତା ପାଇଁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ,

(ଭାରତରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା )
1921 ମସିହାରେ ସେ ଇଂଲାଣ୍ଡରୁ ଭାରତ ଆସି ମୁମ୍ବାଇଠାରେ ,ମହାତ୍ମାଗାନ୍ଧିଙ୍କୁ ପ୍ରଥମ ଥର ସାକ୍ଷାତ କରିଥିଲେ,ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ସେ କଲିକତା ଯାଇ ସେଠାରେ ସ୍ୱାଧୀନତା ସଂଗ୍ରାମୀ ଚିତ୍ତରଞ୍ଜନ ଦାସଙ୍କ ସହ ମିଶି କାମ କରିଥିଲେ,ଗାନ୍ଧିଜୀଙ୍କ ନେତୃତ୍ୱରେ 1920 ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ,

1931 ମସିହା ଜାନୁଆରୀ 26 ତାରିଖରେ କଳିକତାରରେ ଜାତୀୟ ପତାକା ଉତ୍ତୋଳନ କରିଥିବା ସମୟରେ ସୁବାଷ ବୋଷଙ୍କୁ ଗିରଫ କରାଯାଇଥିଲା,ମହାତ୍ମାଗାନ୍ଧୀଙ୍କ ଇଂରେଜମାନଙ୍କ ସହ ବୁଝାମଣା ଯୋଗୁଁ ସମସ୍ତ କଏଦୀଙ୍କୁ ମୁକ୍ତ କରାଗଲା,କିନ୍ତୁ ଭଗତ ସିଂଙ୍କୁ ମୁକ୍ତ କରାନଯାଇ ତାଙ୍କୁ ଫାସି ଦିଆଗଲା,ଯାହା ସୁବାଷ ବୋଷଙ୍କୁ ବ୍ୟଥିତ କରିଥିଲା


(କାରାବରଣ)
ସୁବାଷ ବୋଷ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଇଂରେଜମାନଙ୍କ ବିରୋଧରେ ଲଢ଼ିବାରୁ ତାଙ୍କୁ ତାଙ୍କର ଜୀବନ କାଳ ମଧ୍ୟରେ 11ଥର କାରାବରଣ ମଧ୍ୟ କରିବାକୁ ପଡ଼ିଥିଲା ,ସୁବାସ ବୋଷ କ୍ରାନ୍ତିକାରୀମାନଙ୍କୁ ଉତପ୍ରେତରିତ କରୁଛନ୍ତି ବୋଲି ତାଙ୍କୁ ଗିରଫ କରି କୌଣସି ମକଦ୍ଦମାରେ ଆଜୀବନ କାରାଦଣ୍ଡ ମିଆଁମାରରେ ମାଣ୍ଡଲେ ଜେଲକୁ ପଠାଗଲା,ତାଙ୍କ ଦେହ ସେଠାରେ ଅସୁସ୍ଥ ହେବାରୁ ତାଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ଇଂରେଜ ସରକାର ବାଧ୍ୟ ହେଲେ,1932ରେ ତାଙ୍କୁ ପୁଣିଥରେ ଗିରଫ କରାଗଲା,ଅସୁସ୍ଥ ଥିବା ହେତୁ ଚିକିତ୍ସା ପାଇଁ ଇଉରୋପ ପଠାଗଲା

1933ରୁ 1936 ମସିହା ପର୍ଯ୍ୟନ୍ତ ସେ ଇଉରୋପରେ ରହିଲେ,ସେଠାରେ ସେ ଇଟାଲୀର ନେତା ମୁସଲିମଙ୍କୁ ସାକ୍ଷାତ କରିଥିଲେ,ସେଠାରେ ରହି ସେ ଭାରତକୁ ସ୍ୱାଧୀନ କରିବାପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଲେ,

1934 ମସିହାରେ ସୁବାଷ ବୋଷ ତାଙ୍କ ପିତାଙ୍କ ମୃତ୍ୟୁ ଖର୍ବର ଶୁଣି କୋଲକାତାକୁ ଫେରି ଆସିଲେ,ସେଠାରେ ପହଞ୍ଚୁ ପହଞ୍ଚୁ ତାଙ୍କୁ ଗିରଫ କରାଗଲା,କିଛିଦିନ ତାଙ୍କୁ ଜେଲରେ ରଖି ପୁଣିଥରେ ଇଉରୋପକୁ ପଠାଗଲା

(ହରିପୁରା ଅଧିବେଶନର ଅଧ୍ୟକ୍ଷ)
1938ରେ କଂଗ୍ରେସର ହରିପୁରା ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ,ଅଧିବେଶନରେ ତାଙ୍କ ଭାଷଣ ବହୁତ ପ୍ରଭାବଶାଳୀ ଥିଲା କଂଗ୍ରେସରେ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବା ସମୟରେ ମହାତ୍ମା ଗାନ୍ଧୀଙ୍କ ସହିତ ତାଙ୍କର ମତ ପାର୍ଥକ୍ୟ ଦେଖା ଦେଇଥିଲା,ଗାନ୍ଧିଜୀଙ୍କ ଅହିଂସା ନିତୀଙ୍କୁ ନେତାଜୀ ଗ୍ରହଣ କରୁନଥିଲେ

ଅହିଂସା ମାର୍ଗରେ ସ୍ୱାଧୀନତା ପ୍ରାପ୍ତି ହେବ ନାହିଁ ବୋଲି ସେ କହୁଥିଲେ,ସ୍ୱାଧୀନତା ପାଇଁ ଆମକୁ ଲଢ଼ିବାକୁ ପଡିବ,ଗାନ୍ଧିଜୀ ଓ ନେତାଜୀଙ୍କ ମଧ୍ୟରେ ମତପାର୍ଥକ୍ୟ ପାଇଁ ସେ 29 ଏପ୍ରିଲ 1939ରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ,

1939 ମସିହା ମେ ମାସରେ ସୁବାଷ ବୋଷ ଫରୱାର୍ଡ଼ ବ୍ଲକ ଗଠନ କରିଥିଲେ,ଫରୱାର୍ଡ଼ ବ୍ଲକରେ ଅନ୍ୟାନ୍ୟ ନେତାଙ୍କ ସହିତ ସୁଭାଷ ବୋଷଙ୍କୁ ମଧ୍ୟ ଗିରଫ କରାଗଲା ତାଙ୍କୁ ତାଙ୍କ ନିଜ ଘରେ ନଜର ସାମ୍ନାରେ ରଖାଗଲା,ସେଠାରୁ ସେ ଛଦ୍ମବେଶରେ ପୋଲିସ ଆଖିରେ ଧୁଳି ଦେଇ ଜର୍ମାନୀ ଚାଲିଗଲେ ସେଠାରେ ହିଟଲରଙ୍କୁ ସାକ୍ଷାତ କଲେ

ପୁଣି ସେଠାରୁ ସେ ଜାପାନ ଚାଲିଗଲେ ଭାରତକୁ ସ୍ୱାଧୀନ କରିବାପାଇଁ ଜାପାନର ପ୍ରଧାନମନ୍ତ୍ରୀଙ୍କ ଠାରୁ ସେ ସହଯୋଗ ପାଇଲେ,ସେଠାରେ ବନ୍ଦୀଥିବା ଭାରତୀୟମାନଙ୍କୁ ନେଇ ସେ ଆଜାଦହିନ୍ଦ ଫୋଜ ଗଠନ କରିଥିଲେ

ସେନାମାନଙ୍କୁ କହୁଥିଲେ “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି,ସୈନ୍ୟମାନଙ୍କୁ ଦିଲ୍ଲୀ ଚଲୋର ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା,ନେତାଜୀ ଗାନ୍ଧିଜୀଙ୍କୁ ରାଷ୍ଟ୍ରପିତା ବୋଲି ସମ୍ବୋଧନ କରିଥିଲେ

1945ରେ ନେତାଜୀଙ୍କର ବିମାନ ଦୁର୍ଘଟଣା ହୋଇଥିଲା କିନ୍ତୁ ତାଙ୍କର ଶବ ମିଳି ନାହିଁ,ତେଣୁ ତାଙ୍କର ମୃତ୍ୟୁ ରହସ୍ୟ ହୋଇ ରହିଛି

You missed