ତୁଳସୀ ସବୁ ହିନ୍ଦୁ ଅଗଣାରେ ଥାଏ,ତୁଳସୀକୁ ମା ବୃନ୍ଦାବତୀ ବୋଲି କୁହାଯାଏ,ତୁଳସୀ ଗଛ ପତ୍ରରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି,ଯେଉଁଠାରେ ତୁଳସୀ ଗଛ ଥାଏ ସେହି ଘରେ ଆଧ୍ୟାତ୍ମିକ ଉର୍ନ୍ନତି ଓ ଆର୍ଥିକ ଉର୍ନତି ହୋଇଥାଏ,ପ୍ରତିଦିନ ମା ତୁଳସୀଙ୍କ ଦର୍ଶନ ମାତ୍ରେ ପୁରାଦିନ ଭଲଭାବରେ କଟିଥାଏ,ତୁଳସୀ ଗଛ ଲାଗିଥିବା ମାଟିରେ ସମସ୍ତ ତୀର୍ଥର ବାସ ମାନାଯାଏ,ତୁଳସୀ ମୂଳର ମା ଲକ୍ଷ୍ମୀଙ୍କର ବାସ ମନାଯାଏ,ଏହାର ସମସ୍ତ ଭାଗରେ ଭଗବାନ ଶ୍ରୀକୃଷ୍ଣ ରହିଥାନ୍ତି,ଯେଉଁ ଘରେ ତୁଳସୀ ଗଛ ରଖାଯାଏ କୌଣସି ପ୍ରକାର ରୋଗବ୍ୟଧି ଆସିନଥାଏ,ଯଦି ଏହାକୁ ସଠିକ ଦିଗରେ ରଖାଯାଏ,ତେବେ ପ୍ରତିଦିନ ଏହାର ପୂଜା କରାଯାଏ, ସେହି ଘରକୁ କୌଣସି ବିପତ୍ତି ଆସିନଥାଏ,ସେଥିପାଇଁ ପ୍ରତିଦିନ ତୁଳସୀ ମାଙ୍କୁ ପୂଜା କରିବା ଉଚିତ ,ତୁଳସୀ ଗଛ ଆମକୁ ଅକ୍ସିଜେନ ଦେବା ସହିତ ଆମକୁ ଚମତ୍କାରୀ ଲାଭ ପ୍ରଦାନ କରିଥାଏ,ଆସନ୍ତୁ ତୁଳସୀର କିଛି ବିଶେଷ ଉପାୟ ବିଷୟରେ ଜାଣିବା

ଭଗବାନ ଶ୍ରୀକୃଷ୍ଣ,ରାମ,ହନୁମାନଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଚଢାଯାଇନଥାଏ,ଯଦି କୌଣସି ବ୍ୟକ୍ତି ଲଗାତାର ଗୋଟେ ମାସ ପର୍ଯ୍ୟନ୍ର ତୁଳସୀ ପତ୍ର,ଲଡୁ,ମୋଦକ କିମ୍ବା କୌଣସି ମିଠା ସହିତ ସବୁକୁ ହନୁମାନଙ୍କୁ ଚଢାଇଥାଏ ତାର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ,ତୁଳସୀ ମଞ୍ଜରୀ ଜୀବନରେ ଥିବା ସମସ୍ୟାକୁ ତତ୍କାଳୀନ ଦୂର କରିଦେଇଥାଏ, କିଛି ଲୋକ ଧାରକରଜରେ ବୁଡି ରହିଥାନ୍ତି ଏମିତିରେ ତୁଳସୀ ମଞ୍ଜରୀ କାଢ଼ିଲେ ଜୀବନରେ ଯାହାବି ସମସ୍ୟା ଅଛି ଦୂର ହୋଇଥାଏ,ଯେଉଁ ବ୍ୟକ୍ତିଙ୍କର ବିବାହ ନହେଉଛି ସେମାନେ ତୁଳସୀ ମଞ୍ଜରୀ କାଢ଼ିଲେ ଏହି ସମସ୍ୟା ଦୂର ହୋଈଥାଏ,ଯେଉଁମାନଙ୍କର ଏହି ସମସ୍ୟା ଅଛି ସେମାନଙ୍କୁ କହିବେ ତୁଳସୀ ମଞ୍ଜରି କାଢିବାପାଇଁ,ତୁଳସୀ ଗଛର ଅନେକ ଚମତ୍କାରୀ ଉପାୟ ରହିଅଛି

ତୁଳସୀର ମାଟି ତିଲକରେ ଲଗେଇଲେ ସବୁ କାର୍ଯ୍ୟ ସଫଳ ହେବ ଏବଂ ଆପଣଙ୍କ ମୋହିତ ଶକ୍ତି ବଢିଥାଏ,ଏମିତି ଲଗେଇଲେ ଆପଣଙ୍କର ସବୁ କିଛି ଭଲ ହୋଇଥାଏ,ତୁଳସୀପତ୍ର ଖାଇଲେ ରାଜପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ,ଯେଉଁ ଲୋକମାନଙ୍କୁ ନକରାତ୍ମକ ଶକ୍ତି ଆସିଥାଏ ସେମାନେ ମା ବୃନ୍ଦାବତୀଙ୍କୁ ପ୍ରାର୍ଥନା କରନ୍ତୁ ସବୁ ଭଲ ହେବ