ସେ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖ ଦିନ ମାନ୍ଦ୍ରାଜର ତିରୁଭାନି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ,ତାଙ୍କ ପିତା ବୀର ସ୍ୱାମୀ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ,ତାଙ୍କର ମା ଥିଲେ ଅତ୍ୟନ୍ତ ଧର୍ମପରାୟଣା ନାରୀ,ପିତାମାତାଙ୍କର ସମସ୍ତ ଭଲ ଗୁଣର ପ୍ରଭାବ ଶିଶୁ ରାଧାକ୍ରିଷ୍ଣନଙ୍କ ଉପରେ ପଡିଥିଲା

ଶିକ୍ଷାଲାଭ:
ରାଧାକୃଷ୍ଣନଙ୍କ ବାପା ଜଣେ ସିକ୍ଷଣୀଟା ଲୋକ ଥିଲେ,ଏଣୁ ରାଢ଼କୃଷ୍ଣନଙ୍କୁ ପାଞ୍ଚ ବର୍ଷ ହେବା ପରେ ସେ ଏକ ଘରୋଇ ଚାଟଶାଳୀରେ ନେଇ ବସାଇଲେ,ଏହାପରେ ସେ ଖ୍ରୀଷ୍ଟିୟାନ ମିସନାରୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍କୁଲରେ ନାମ ଲେଖାଇଲେ ଏହା ଭୋଲେରର ବୁରହିଜ କଲେଜରୁ ଏଣ୍ଟ୍ରାନ୍ସ ଏବଂ ଏଫ.ଏ ମାନ୍ଦ୍ରାଜର ଖ୍ରୀଷ୍ଟିୟାନ କଲେଜରୁ ଦର୍ଶନରେ ଅନର୍ସ ସହ ସହ ପ୍ରଥମ ଶ୍ରେଶୀରେ ପ୍ରଥମ ହୋଇ ବି.ଏ ପାସ କରିଥିଲେ,ତତ୍ପରେ ମାନ୍ଦ୍ରାଜର ବିଶ୍ୱ ବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ

ଶିକ୍ଷକ ଜୀବନ:
1909 ମସିହାରେ ସେ ମାନ୍ଦ୍ରାଜର ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ରୂପେ ଯୋଗ ଦେଲେ,ଏହାପରେ ସେ ମହୀଶୂର ବିଶ୍ୱବିଦ୍ୟାଳୟରେ ମୁଖ୍ୟ ଦର୍ଶନ ଅଧ୍ୟାପକ ଏବଂ 1921 ମସିହାରେ କଲିକତାରେ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ରୂପେ ଯୋଗଦାନ କଲେ,କ୍ରମଶଃ ତାଙ୍କର ଖ୍ୟାତି ବୃଦ୍ଧି ପାଇଲା,1926 ମସିହାରେ ହାର୍ବାର୍ଡରେ ଅନୁଷ୍ଠିତ ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭାରତର ପ୍ରତିନିଧିତ୍ବ କରି ଭାରତୀୟ ଦର୍ଶନ ତତ୍ତ୍ୱ ବ୍ୟାଖ୍ୟା କରିଥିଲେ,1931 ମସିହାରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଯୋଗ ଦେଲେ,1939 ମସିହାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କୁଳପତି ରୂପେ ମନୋନୀତ ହେଲେ

ରାଜନୀତି କ୍ଷେତ୍ରରେ ରାଧାକ୍ରୀଷ୍ଣନ:
1915 ମସିହାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ପ୍ରଥମ ଥର ପାଇଁ ଗାନ୍ଧିଜୀଙ୍କୁ ଭେଟିଥିଲେ,ଦେଶର ସ୍ୱାଧୀନତା ହାସଲ କରିବା ସମ୍ପର୍କରେ ଉଭୟ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ,କିନ୍ତୁ ସେ ରାଜନୀତିରେ ସକ୍ରିୟ ଯୋଗ ଦେଇନଥିଲେ,1949 ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ସେ ରୁଷିଆର ରାଷ୍ଟ୍ରଦୂତ ରୂପେ ନିଯୁକ୍ତ ହେଲେ,1952ରୁ 1962 ମସିହା ପର୍ଯ୍ୟନ୍ତ ସେ ଦକ୍ଷତାର ସହ ଉପରାଷ୍ଟ୍ରପତି ରୂପେ କାର୍ଯ୍ୟ କଲେ,1962 ରେ ସେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ରୂପେ ଯୋଗଦେଲେ

1963 ,ମସିହାରେ ସେ ଇଂଲଣ୍ଣର ସର୍ବୋଚ୍ଚ ଉପାଧି order of merit ପଦ ପାଇବାର ଗୌରବ ଅର୍ଜନ କଲେ,1967 ମସିହାରେ ସେ ରାଷ୍ଟ୍ରପତି ପଦରୁ ବିଦାୟ ନେଲେ,ବିଶ୍ବସାନ୍ତି ପ୍ରତିଷ୍ଠା ପାଇଁ କାମ କରି ସେ ଭାରତର ସର୍ବଶ୍ରେଷ୍ଠ ପୁରସ୍କାର ଭାରତ ରତ୍ନ ଉପାଧି ପାଇଥିଲେ,ଶେଷରେ 1925 ମସିହା ଏପ୍ରିଲ 17ରେ ଇହଲୀଳା ସମ୍ବରଣ କରିଥିଲେ